ଦାରୁବ୍ରହ୍ମ ରଥଯାତ୍ରା କମିଟି ଭୂଷଣ୍ଡପୂର୍ ପକ୍ଷରୁ ପାରିକୁଦ ରାଜାଙ୍କୁ ନମନ୍ତ୍ରଣ

ଖୋର୍ଦ୍ଧା : – (ଶୁଭ ଖବର ) ଆସନ୍ତା ଜୁନ୍ ୨୭ ରେ ପବିତ୍ର ଘୋଷଯାତ୍ରା । ଏଥିଲାଗି ଚଳଚଂଚଳ ଶ୍ରୀ ଜଗନ୍ନାଥ ଧାମ ,ପୁରୀ। ଅସ୍ଥାୟୀ ରଥଖଳାରେ ଆଗେଇ ଚାଲିଛି ରଥକାମ । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏହି ଅବସର ରେ ଖୋରଧା ଜିଲ୍ଲା  ଟାଙ୍ଗୀ ବ୍ଲକ ଭୂଷଣ୍ଢପୁର ର ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ର ରଥଯାତ୍ରା ଆୟୋଜନ ଲାଗି ଦାରୁବ୍ରହ୍ମ ରଥ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି । ଜୁନ ୧୧ରେ ପବିତ୍ର ଦେବସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନ ଲାଗି କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ପାରିକୁଦ ଗଡ ର ରାଜାଙ୍କୁ ରଥଯାତ୍ରାରେ ଛେରାପହଁରା ଲାଗି କମିଟି ପକ୍ଷରୁ ଆଜି ନିମନ୍ତ୍ରଣ କରାଯାଇଛି । ରାଜାଙ୍କୁ କମିଟି ପକ୍ଷରୁ ଆଜ୍ଞାମାଳ, ନାରୀକେଳ, ଅକ୍ଷତ ପୁଷ୍ପ ପ୍ରଭୃତି ଦିଆଯାଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି । ଏହି କମିଟି ରେ ବିଜୟ ବାବା ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ ।
  ପ୍ରକାଶ ଥାଉକି, ରଥାରୁଢ ଶ୍ରୀ ଦାରୁବ୍ରହ୍ମଙ୍କ ଦର୍ଶନ ଲାଗି ଶତାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତବର୍ଷ ଅତି ଆଡମ୍ବର ପୂର୍ଣ୍ଣଭାବେ ରଥଯାତ୍ରା ଆୟୋଜନ ଲାଗି କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟଜଳ, ପ୍ରାଥମିକ ଚିକିସôା ସେବା, ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *