ବାଇକ ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ମୃତ

ଖୋର୍ଦ୍ଧା  :- ୧୬ ନମ୍ବର ଜାତୀୟ ରାଜପଥ ମୁକୁନ୍ଦ ପ୍ରସାଦ ଜଟଣୀ ଓଭର ବ୍ରିଜ ନିକଟ ପିତାପଲି ରାସ୍ତାରେ ବାଇକ ଏବଂ ମିକ୍ଶର ମେସିନ ଟ୍ରକ ମୁହାଁ ମୁହିଁ ଧକା ହେବା ଫଳରେ ଜଣେ ଯୁବକର ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ଇନ୍ଫୋଭାଲି ଥାନା ଅଞ୍ଚଳ ପିତାପଲି ଗ୍ରାମର ଗୁଣ୍ଠ ସେନାପତି (୪୦)।

ସୂଚନା ଯୋଗ୍ୟ ଗୁଣ୍ଠ ଜଣେ ରାଜମିସ୍ତ୍ରୀ ଭାବେ କାମ କରନ୍ତି ସେ ଆଜି ଅପରାହ୍ନ ୫ ଟା ସମୟରେ କାମସାରି ନିଜ ବାଇକ ଓଡ଼ି ୦୨ ଏ ଏଚ ୯୯୧୬ ନିଜ ଘର ପିତାପଲି ଯାଉଥିବା ବେଳେ ଅପର ପାର୍ଶ୍ବରୁ ଆସୁଥିବା ମିକ୍ଶର ମେସିନ ଟ୍ରକ୍ ଓଡ଼ି ୦୪ ଡବ୍ଲ୍ୟୁ ୨୨୧୪ ସହ ଧକା ହୋଇଥିଲା।

ସ୍ଥାନୀୟ ଲୋକ ଏବଂ ପୋଲିସ ଗୁଣ୍ଠକୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶିଳ୍ପାଞ୍ଚଳ ପୋଲିସ  ଉଭୟ ଟ୍ରକ ଏବଂ ବାଇକ କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *