ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା : ଅଭିଯୁକ୍ତ ଅଧ୍ୟାପକ ଗିରଫ

ବିଜେଡି ପ୍ରେସ ବିଜ୍ଞପ୍ତି ଓ ବିଭିନ୍ନ ଗଣମାଧ୍ୟମ ରେ ପ୍ରସାର ପରେ ସରକାର ନେଲେ ତ୍ୱରିତ ପଦକ୍ଷେପ

ନିଲମ୍ବନ ହେଲେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ସମୀର ସାହୁ

ଉଚ୍ଚ ସ୍ତରୀୟ କମିଟି ଗଠନ କଲେ ସରକାର

ଅଭିଯୁକ୍ତ ଅଧ୍ୟାପକ ଙ୍କୁ ଗିରଫ କରିଛି ପୁଲିସ

ବାଲେଶ୍ଵର :-  ଛାତ୍ରୀଙ୍କ ବାପା ଙ୍କ ଅଭିଯୋଗ ଅନୁସାରେ ମୋ ଝିଅକୁ ମାନସିକ ନିର୍ଯାତନା ,ଅଭିଯୋଗ ଉଠେଇ ନେବାକୁ ବାଧ୍ୟ କରାଯାଉଥିବା ସହ କଲେଜ ରୁ ବହିସ୍କାର କରାଇବା ପାଇଁ ଧମକ ଦିଆଯାଉଥିଲା । ବ୍ୟାକ ଲଗାଇବା ପାଇଁ ଧମକ ଦେଉଥିଲେ ସମିର ସାହୁ ।

ଛାତ୍ରୀ ଆତ୍ମାହୁତି ସମୟର ଦୃଶ୍ୟ ସି ସି ଟିଭି ରେ କଏଦ

ବିଜେଡି ପ୍ରେସ ବିଜ୍ଞପ୍ତି ଓ ବିଭିନ୍ନ ଗଣମାଧ୍ୟମ ରେ ପ୍ରସାର ପରେ ସରକାର ନେଲେ ତ୍ୱରିତ ପଦକ୍ଷେପ  । ଘଟଣା ର ସତ୍ୟ ଖୋଜିବା ପାଇଁ ଗଠନ କଲେ ଉଚ୍ଚସ୍ତରୀୟ ତିନି ଜଣିଆ କମିଟି । ସେ କମିଟି ରେ ରହି ଘଟଣା ର ତଦନ୍ତ କରିବେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଯୁଗ୍ମ ସଚିବ ମୌସୁମୀ ନାୟକ ଓ ବିଜେବି କଲେଜ ପ୍ରଫେସର ଝୁମକି ରଥ । ଏମ୍ସ ର ବର୍ଣ୍ଣ ୱାର୍ଡ ରେ ଚିକିତ୍ସିତ ହେଉଥିଲେ ଛାତ୍ରୀ ମାତ୍ର ଗୁରୁତର ହେବାରୁ ତାଙ୍କୁ ଆଇ ସି ୟୁ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ସମୀର ସାହୁ ଙ୍କୁ ନିଲମ୍ବନ କରିଛନ୍ତି ସରକାର  ଓ ଏବେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଙ୍କୁ ଗିରଫ କରିଛି  ଓ ଅଧ୍ୟକ୍ଷ ଙ୍କୁ ଅଟକ ରଖିଛି ପୋଲିସ୍ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *