ଜାତୀୟ ରାଜପଥ ପାଲଟିଛି ବୁଲା ଗାଈଙ୍କ ବିଶ୍ରାମ ସ୍ଥଳ, ପ୍ରତ୍ୟେକ ଦିନ ଦୁର୍ଘଟଣା ରେ ମରୁଛନ୍ତି ଗୋରୁ

ପ୍ରଶାସନକଟକଣା ଅଭାବ ଓ ମାଲିକଙ୍କ ବେପରୁଆ ମନୋଭାବ ଯୋଗୁଁ ଘଟୁଛି ବାରମ୍ବାର ଦୁର୍ଘଟଣା

କାଞ୍ଜିଆହୁଦା ପୁନରୁଦ୍ଧାର ପାଇଁ ଦାବୀ କରିଛନ୍ତି ଜନ ସଧାରଣ

ଖୋର୍ଦ୍ଧା: – ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ୫୭ ନମ୍ବର ଜାତୀୟ ରାଜପଥକୁ ବୁଲା ଗୋରୁ ମାନେ ପ୍ରତ୍ୟହ ରାତ୍ର ସମୟରେ ଆଶ୍ରୟ ସ୍ଥଳ ଭାବି ଶୋଇ ରହୁଛନ୍ତି। ଫଳରେ ଯାତାୟାତ କରୁଥିବା ଯାନବାହାନ  ଅଜାଣତ ଭାବେ ଧକ୍କା ହୋଇ ଗୋରୁ ଗୁଡ଼ିକ ଆହତ ହେଉଛନ୍ତି ଓ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଏପରିକି ଅନେକ ସମୟରେ ଧନ ଓ ଜୀବନ  ଚାଲି ଯାଉଥିବାର ଦେଖିବାକୁ ମିଳୁଛି । ଏହି ଗୋରୁ ମାଲିକ ମାନେ  ଗାଈ ଗୋରୁ ଗୁଡିକ ମୁକୁଳା ଛାଡ଼ି ଦେଇ ବେଫିକର ଭାବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡୁଛନ୍ତି। ଗତ ୪ ରିଖରେ ତିନୋଟି ଗୋରୁ ଆହତ ହୋଇଥିବା ବେଳେ  ଶୁକ୍ରବାର ଦିନ ବଡି ଭୋରରୁ ଆଉ ଗୋଟିଏ ଗାଈ ଥାନା ସମ୍ମୁଖରେ ଆହତ ହୋଇଛି। ତେବେ ଆଇନର କଟକଣା ଅଭାବରୁ ଏହିଭଳି ସମସ୍ୟା ଉପୁଜି ଥିବାରୁ ତୁରନ୍ତ ପୁଲିସ ଘଟଣାରେ ହସ୍ତକ୍ଷେପ କରି ଗୋରୁ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମାନେ ଦାବି କରିଛନ୍ତି। ବିଗତ ବର୍ଷ ମାନଙ୍କରେ ମୁକୁଳା ଛାଡ଼ି ଦେଇ ଥିବା ଗୋରୁ ମାଲିକଙ୍କୁ ସାବାଡ କରିବା ପାଇଁ  ପଂଚାୟତ ପକ୍ଷରୁ କାଞ୍ଜିଆ ହୁଦାର ପ୍ରଚଳନ ହୋଇଥିଲା। ଏଥିରେ ମାଲିକ ଜଣକ ଯାଇ ଅର୍ଥ ରାଶି ପୈଠ କରି ନିଜର ଗୋରୁ ଘରକୁ ନେଇ ଯାଉଥିବାରୁ ସରକାରଙ୍କ ରାଜସ୍ବ ବୃଦ୍ଧିର ଏକ ମାଧ୍ୟମ ରହିଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ  ପ୍ରଶାସନ ପକ୍ଷରୁ କାଞ୍ଜିଆ ହୁଦା ପୁନରୁଦ୍ଧାର କରିବା ନିମନ୍ତେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ   କରିଛି।


Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *