ପରିତ୍ୟକ୍ତ ଅବସ୍ଥାରେ ରେ ଅଛି ପ୍ରାଣୀ ସହାୟକ କେନ୍ଦ୍ର
ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ନିଘୋଡ଼ ନିଦ୍ରା ରେ ପ୍ରଶାସନ
ଖୋର୍ଦ୍ଧା :- ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ପ୍ରାଣୀ ସହାୟକ କେନ୍ଦ୍ରର ନୀରିକ୍ଷକଙ୍କ ଅନିୟମିତତା କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଗ୍ରାମବାସୀ ବେଗୁନିଆ ପଶୁ ଚିକିତ୍ସା ଅଧିକାରୀ ଡଃ ପ୍ରିତିଶ କୁମାର ରଥଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବର୍ଷା ଦିନରେ ପ୍ରାୟତଃ ଗୃହ ପାଳିତ ଗାଈ ଓ ଗୋରୁ ମାନଙ୍କୁ ବଜବଜିଆ, ସାହାଣ ଓ ଜ୍ବର ଭଳି ରୋଗ ହେଉଥିବା ବେଳେ ପଶୁ ସହାୟକ କେନ୍ଦ୍ରର ନୀରିକ୍ଷକଙ୍କ ଅନୁପସ୍ଥିତ ଯୋଗୁଁ ରୋଗ ବ୍ୟାପିବାରେ ଲାଗିଛି। ଏହାର ପ୍ରତିକାର କରିବା ପାଇଁ ଅବଗତ କରିଥିଲେ ମଧ୍ୟ କେନ୍ଦ୍ର ଓ ଅଧିକାରୀ ଠିକ୍ କର୍ତ୍ତବ୍ୟ ନ କରିବା ଯୋଗୁଁ ସାଧାରଣ ଲୋକ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ତୁରନ୍ତ ଘଟଣାର ସତ୍ୟତା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନ ସାଧାରଣ ଦାବୀ କରିଛନ୍ତି । ଏହି ଘଟଣାରେ ବେଗୁନିଆ ପଶୁ ଚିକିତ୍ସାଳୟ ଅଧିକାରୀ ଶ୍ରୀ ରଥଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଅବଗତ ରହିବା ସହ ଆସନ୍ତାକାଲି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now