ଖୋର୍ଦ୍ଧା:- (ଶୁଭ ଖବର ) ବେଗୁନିଆ ବ୍ଲକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ପରିଛଳ ଗ୍ରାମ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବିଦ୍ୟାର୍ଥୀ ଙ୍କ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁକୂଳର ପ୍ରତିଷ୍ଠାତା ବିଶିଷ୍ଟ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଅଧ୍ୟକ୍ଷ ପ୍ରତାପ ପଟ୍ଟନାୟକ ଓ ଟ୍ରଷ୍ଟି ରତିକାନ୍ତ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି ୯ ଜଣ ବିଦ୍ୟାର୍ଥିଙ୍କୁ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ହୋଇଥିଲା। ପରେ ଏକ ସାଧାରଣ ସଭାରେ ଗୁରୁଙ୍କ ସାନ୍ନିଧ୍ୟ ଲାଭ କଲେ ଉପଯୁକ୍ତ ମାର୍ଗ ପାଇ ପାରିବା ସହ ଯଜ୍ଞୋପବିତ ଧାରଣ ରହସ୍ୟ ଉପରେ ଆଲୋକପାତ କରିଥିଲେ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ଶ୍ରୀ ପଣ୍ଡା । ଏହି କାର୍ଯ୍ୟକ୍ରମ ରେ ବହୁ ଅଞ୍ଚଳ ବାସି ଙ୍କ ସମେତ ଅଭିଭାବକ ଓ ଆଧ୍ୟାତ୍ମିକ ପ୍ରେମୀ ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now