ଯମଯନ୍ତ୍ରଣା ଦେଲାଣି ରାଜ୍ୟ ରାଜପଥ, ଦିନକୁ ଦିନ ବଢୁଛି ଦୁର୍ଘଟଣା ।ସାଧାରଣରେ ଦେଖାଦେଇଛି   ଅସନ୍ତୋଷ

ଖୋର୍ଦ୍ଧା : –  ବାଘମାରୀ- କଣ୍ଟିଲୋ ୪୮ ନମ୍ବର  ରାଜପଥର ସିମୋର ଛକ ଉପରେ ଖାଲ ସୃଷ୍ଟି ହୋଇଥିବା ଯୋଗୁଁ ଯାନବାହାନ ଚଳାଚଳ ଯମ ଯନ୍ତ୍ରଣା ଦେଲା ଭଳି ଲାଗୁଛି ବୋଲି ଜନ ସାଧାରଣ ମାନେ କହିଛନ୍ତି।

ଏହି ଖାଲ ଯୋଗୁଁ ଦିନକୁ ଦିନ ଛୋଟ ବଡ ଦୁର୍ଘଟଣା ଘଟୁ ଥିବାରୁ  ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ଏହି ରାସ୍ତା ଦେଇ ପ୍ରତ୍ୟହ ଦିବା ଓ ରାତ୍ରରେ ଯାତ୍ରୀବାହୀ ବସ,ଟ୍ରକ, ମୋଟର ସାଇକେଲ ଓ ପଥଚାରୀ ମାନେ ଯାତାୟାତ କରିଥାନ୍ତି। ତେବେ ମୁଦ୍ରିତ ଗଣ ମାଧ୍ୟମରେ ଜରିଆରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ  ଅହେତୁକ ଭାବେ ବିଳମ୍ବ ଘଟୁ ଥିବାରୁ ତୁରନ୍ତ ରାସ୍ତାଟି ମରାମତି କରିବା ପାଇଁ ସାଧାରଣରେ ଦାବି କରିଛନ୍ତି।

ଏପରିକି ଗୋବିନ୍ଦପୁର ଛକ ଠାରେ ମଧ୍ୟ ରାସ୍ତାକୁ ଖୋଳି ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। ସେହି ସ୍ଥାନରେ ସୃଷ୍ଟି ହୋଇଥିବା ଖାଲକୁ କାମଚଳା ଭାବେ କେବଳ ମାଟି ପକାଇ ସମତୁଲ କରା ଯାଇଥିବା ବେଳେ ବର୍ତମାନ ସୁଦ୍ଧା ଖାଲ ଢିପ ଅବସ୍ଥାରେ ରହିଛି। ତେବେ ସେଠାରେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ରହିଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ସେହିପରି ସିମୋର – ତୁଳସୀପୁର ପୂର୍ତ୍ତ ବିଭାଗ ରାସ୍ତାର ଭୋଗଡ଼ା ବାଲୁଙ୍କେଶ୍ୱର ଦେବଙ୍କ ପୀଠରୁ ତୁଳସୀପୁର ମଧ୍ୟରେ ସିମେଣ୍ଟରେ ନିର୍ମିତ ଢ଼ଳେଇ ରାସ୍ତା ଫାଟି ଲୁହା ରଡ଼ ଦୃଷ୍ଟି ଗୋଚର ହେଉଛି । ଏପରିକି ବର୍ଷା ଦିନରେ ପାଣି ଜମି ରହିଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଥାଶୀଘ୍ର ବିଭାଗ ଏହାକୁ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣ ରେ ଦାବି ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *