ଖୋର୍ଦ୍ଧା :- ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ ଅହମଦୀୟା ଜମଅତ , କେରଙ୍ଗ ତରଫରୁ ଆଜି ପ୍ରଭାତରେ ପବିତ୍ର ଧର୍ମଗ୍ରନ୍ଥ କୁରଆନ ପ୍ରତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଜୁଲାଇ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ କରାଯାଉ ଥିବା “କୁରଆନ ସପ୍ତାହ” ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା | ଏହି ରାଲିରେ ଗ୍ରାମର ୫୦ ରୁ ଅଧିକ କୁନି କୁନି ପିଲା(ଅତଫାଲ ଓ ନାସିରାତ), ଯୁବକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି (ଖୁଦ୍ଦାମ ଓ ଅନସାର) ଅଂଶଗ୍ରହଣ କରିଥିଲେ |

ଖୁଦ୍ଦାମ ଯୁବ ସଂଗଠନର କାଏଦ ଜନାବ ଶେଖ କାସିମ ଏହାର ନେତୃତ୍ତ୍ୱ ନେଇଥିଲେ | ସଭାପତି ଇଦ୍ରିସ ଖାନ, ଇଂ ରୌଶନ ଖାନ, ମହମୁଦ ଖାନ, ମୌ. ଶେଖ ଇଦ୍ରିସ ସାହେବ ତଥା ଯୁବ ସେବାକର୍ମୀ ମୁବାରକ ଅହମଦ ଓ ମବରୁର ଅହମଦ ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗ ଦେଇ “ଘରେ ଘରେ କୋରାନ ପଢ଼”, ବିଶ୍ୱ ଗ୍ରନ୍ଥ କୋରାନ ଜିନ୍ଦାବାଦ” “ଇନସାନିୟତ ଜିନ୍ଦାବାଦ”, “କୁରଆନ ସବସେ ଅଚ୍ଛା” ଇତ୍ୟାଦି ସ୍ଲୋଗାନମାନ ଦେଇଥିଲେ | ଏହି ରାଲି ଗ୍ରାମର ଗଳି କନ୍ଦି ସର୍ବତ୍ର ପରିକ୍ରମା କରିଥିଲା, ଯାହା ଗ୍ରାମବାସୀଙ୍କୁ ବିପୁଳ ଉତ୍ସାହ ଯୋଗାଇଥିଲା | ମାନବଜାତିର ମାର୍ଗଦର୍ଶନ ଓ ଉଦ୍ଧାର ପାଇଁ ଯୁଗେ ଯୁଗେ କୁରଆନ ବାଣୀ ଅନୁପ୍ରାଣିତ କରୁଥିବ – ଏଥିରେ କୌଣସି ସନ୍ଦେହ ନାହିଁ |
Subha Khabar is now on Whatsapp
Join and get latest news update delivered to you via whatsapp
Join Now