ଲୋପ୍ ପାଇଲାଣି ତୁଳସୀ, କଳମା,ଚମ୍ପେଇଶିଆଲି, କଳାଜିରା, ବେଳନ୍ଦି, ବାସୁଆଭୋଗ, ଲୁଣିପାଟେଣୀ, ଦାମୋଦର, ଲୁଣାକଦମ୍ବ, ଲୁଣାପୁଲି ଧାନ ବିହନ
ଖୋର୍ଦ୍ଧା :-ସ୍ବଳ୍ପ ସମୟ ମଧ୍ୟରେ ସହଜରେ ଅଧିକ ଅମଳ ହେଉଥିବା ଶଙ୍କରଜାତୀୟ ଧାନଚାଷକୁ ଚାଷୀକୂଳ ଆପଣେଇ ନେଉଥିବାବେଳେ, ଦେଶୀ ଧାନ ଚାଷର ଚାହିଦା ପ୍ରାୟତଃ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି। ଫଳରେ ଦେଶୀ ଚାଉଳ ଆଉ ପୂର୍ବ ଭଳି ହାଟ ବଜାରରେ ମିଳୁନାହିଁ। ଦେଶୀ ଚାଉଳରେ ପ୍ରସ୍ତୁତ ଭାତର ମହକ ଓ ସ୍ବାଦକୁ ମନେ ପକାଉ ଅନେକ। ବର୍ତ୍ତମାନ ହାଇବ୍ରିଡ୍ ଧାନରେ କୀଟନାଶକ ଔଷଧ ଓ ରସାୟନିକ ସାରର ପ୍ରଭାବ ରହିଥିବାବେଳେ ଖତ ସାରରେ ଚାଷ କରାଯାଉଥିବା ଦେଶୀ ଧାନରେ ପ୍ରସ୍ତୁତ ହେଉଥିବା ଚାଉଳର ଭାତ ବେଶ୍ ସ୍ବାଦଯୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଦେଶୀ ଧାନଚାଷ କରିବାରେ ଚାଷୀଙ୍କ ଙ୍କ ବହୁ ବର୍ଷର ଅଭିଜ୍ଞତା ରହିଛି। ଦେଶୀ ଧାନ ବିହନ ମରୁଡ଼ି, ଅଳ୍ପ ବୃଷ୍ଟି ଓ ପରିବର୍ଷିତ ଦର୍ମିତ ଜଳବାୟୁକୁ ମୁକାବିଲା କରିବାରେ ସକ୍ଷମ ହେଉଥିଲା | ଫଳରେ ଚାଷୀ ଏହି ପାରମ୍ପରିକ ଧାନବିହନକୁ ଅମଳ ପରେ ୩ଟି ଖରା ଦେଇ ଯତ୍ନର ସହ ସାଇତି ରଖୁଥିଲା | ମାତ୍ର ଚାଷୀ ପାଇଁ ଏବେ ଦେଶୀ ଧାନବିହନ ମିଳୁନି। ଫଳରେ ପାରମ୍ପରିକ ଧାନଚାଷ ହଜିଯାଉଥିବା ଜଣାପଡ଼ିଛି । ଏଥିପାଇଁ ଚାଷୀ ଲୁଣା ସାହାଣି, ଲୁଣିପାଟେଣୀ, ଦାମୋଦର, ଲୁଣାକଦମ୍ବ ଲୁଣାପୁଲି ପ୍ରଭୃତି ପ୍ରାୟ ୬ପ୍ରକାର ଧାନ ବିହନକୁ ସାଇତି ରଖୁଥିଲା।ପାଣିପାଡେଣି, କାଞ୍ଚନ, କଳାଜିରା, ବେଳନ୍ଦି, ନାଲିଧୂଷୁରା, ବାସୁଆଭୋଗ, ସେବତୀ, ଭାଲୁକି, ରାହାସପନ୍ଦର, ସରଚୁନା, ପାଟେଣୀ ଆଦି ଦେଶୀ ଧାନ ପ୍ରାୟତଃ ଲୋପ୍ ପାଇବାକୁ ବସିଲାଣି। ସେହିପରି ସୁବାସିତ ଧାନ ମଧ୍ୟରେ ପଦ୍ମ ପଦ୍ମକେଶରୀ, ପଦ୍ମା, କୃଷ୍ଣଭୋଗ, ଲକ୍ଷ୍ମୀ ଭୋଗ, ରସମଲେଇ କାଇଁଚ ଫୁଲ, ତୁଳସୀ ଆଦି ଦୁର୍ଲଭଦେଶୀ ଧାନବିହନ ଆଉ ଦେଖିବାକୁ ମିଳୁନି। ଏବେ ଏହି ଦେଶୀ ଧାନର ସ୍ଥାନ ନେଲାଣି ୧୨୫ରୁ ୧୩୫ ଦିନ ମଧ୍ୟରେ ଅମଳ ହେଉଥିବା ହାଇବ୍ରିଡ୍ ଧାନ । ଦେଶୀ ଧାନ ଅମଳ ତୁଳନାରେ ହାଇବ୍ରିଡ୍ ଧାନ ଅଧିକ ଅମଳ ହେଉଥିବାରୁ ଦେଶୀ ଧାନ ପ୍ରତି ସେହିପରି ମୋତରା, ମହିଷା, କଳାମାଟିଆ, ଚାଷ ଷୀମାନେ ଆଗ୍ରହ ପ୍ରକାଶ କରୁ ନ ଥିବା କେତେକ ଚାଷୀ ପ୍ରକାଶ କରିଛନ୍ତି । ମାତ୍ର ଅଧିକ ଅମଳକ୍ଷମ ଓ ଶଙ୍କର କିସମ ବିହନ ବ୍ୟବହାର ଦ୍ବାରା ବାଷଜମିରୁ ଉର୍ବରତା ଧୀରେ ଧୀରେ ଲୋପ୍ ପାଇବାରେ ଲାଗିଛି। ଅତ୍ୟଧୂକ ସାର ବ୍ୟବହାର ଯୋଗୁଁ ଅମଳ ହେଉଥୁବା ଧାନ ବିଷାକ୍ତ ହେଉଛି ବୋଲି ବରିଷ୍ଠ ଚାଷୀମାନେ ପ୍ରକାଶ କରିଛନ୍ତି । ପାଣିପାଗର ପରିବର୍ତ୍ତନ ସାଙ୍ଗକୁ ବର୍ଷାର ଅନିୟମିତତା ଦେଶୀ ଧାନ ଚାଷ ହ୍ରାସ ପାଇବାର ଅନ୍ୟ ଏକ କାରଣ ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି। ଏବେ ଦେଶୀ ଧାନଚାଷ ବହୁ ପରିମାଣରେ କମିଯାଇଥିବା ବେଳେ ହାଇବ୍ରିଡ୍ ଧାନଚାଷକୁ ମୁଖ୍ୟତଃ ଯୁବବର୍ଗର ଚାଷୀମାନେ ଆପଣାଇଛନ୍ତି।
ଶାରଳା, ଲଲାଟ, ପୂଜା, କୃଷ୍ଣା, କାବେରୀ, ଗୋଦାବରୀ, କୋଣାର୍କ, ଖଣ୍ଡଗିରି, ସ୍ପର୍ଶ, ସ୍ବର୍ଣ୍ଣ ସବ୍-୧. ସିଆର-୧୦୦୯, ସିଆର-୧୦୧୮, ବୀଣା, କଳାଚମ୍ପା, ପ୍ରତୀକ୍ଷା, ପ୍ରତିଭା, କଳାବତୀ ଭଳି ବହୁ ଶବ୍ଦ ଶଙ୍କରଜାତୀୟ ଧାନ ବିହନ ଚାଷୀଙ୍କ ପାଖରେ ସହଜରେ ପହଞ୍ଚିବାରୁ ଚାଷୀ ଏଥିପ୍ରତି ଅଧିକ ଆଗ୍ରହ ହେଉଥିବା ଜଣାଯାଉଛି।
ଅନ୍ୟପକ୍ଷରେ ଦେଶୀ ଧାନଚାଷ ଲାଗି ସରକାରୀ ପ୍ରୋତ୍ସାହନ ନ ଥିବାବେଳେ ହାଇବ୍ରିଡ୍ ଧାନଚାଷ ପାଇଁ ବିହନ ଓ ଆବଶ୍ୟକ କୃଷି ପରାମର୍ଶ ମିଳୁଥିବା କେତେକ ଚାଷୀ ପ୍ରକାଶ କରିଛନ୍ତି । ଘରେ ଚାଷୀ ଧାନ ଶିଝା (ଉଁଷା) ଯାଉ ନ ଥିବାବେଳେ ଏବେ ଧାନ ଅମଳ କରୁଥିବା କେତେକ ଚାଉଳ ସଂଗ୍ରହ ପାଇଁ ମିଲ୍ ଉପରେ ନିର୍ଭର କରୁଛନ୍ତି I ଢିଙ୍କି ଓ ଚାଉଳ କଳ ଆଉ ଗାଁମାନଙ୍କରେ ବେଶୀ ଦେଖିବାକୁ ମିଳୁନାହିଁ । ଫଳରେ ଢିଙ୍କିକୁଟା ଚାଉଳ ଆଉ ଖାଇବାକୁ ମିଳୁନାହିଁ । । ପାରମ୍ପରିକ ଦେଶୀ ଧାନ ବିହନକୁ ବିକଶିତ କରାଇ ଖତ, ଗୋବର, କମ୍ପୋଷ୍ଟ ଖତ ବ୍ୟବହାର କରି କିପରି ଅଧିକ ଅମଳ ହୋଇପାରିବ ସେଥପ୍ରତି କୃଷି ବୈଜ୍ଞାନିକମାନେ ଫଳପ୍ରଦ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅନେକ ବରିଷ୍ଠ ଚାଷୀ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ହାଇବ୍ରିଡ୍ ଧାନଚାଷ ପଦ୍ଧତି ଚାଷୀଙ୍କୁ ଅଧିକ ଅମଳ ଦେଇପାରେ ସତ କିନ୍ତୁ ପାରମ୍ପରିକ ଦେଶୀ ଧାନଚାଷ ସୁସ୍ଥ ଓ ବିଷମୁକ୍ତ । ଏହା ଜୀବନ ପାଇଁ ସହାୟକ ହୋଇପାରିବ ବୋଲି ବରିଷ୍ଠ ନାଗରିକ ମାନେ ମତପ୍ରକାଶ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now