ବିପଦରେ ସାମ୍ବାଦିକ, ସଙ୍କଟରେ ସାମ୍ବାଦିକତା ସରକାରଙ୍କ ପଦକ୍ଷେପ ଲୋଡା

ଖୋର୍ଦ୍ଧା :-ଏକ ସାଚ୍ଚୋଟ ସାମ୍ବାଦିକ ଯଦିସତ ଖବର ଦେଖେଇବ ଓ ଲେଖିବ ବର୍ତ୍ତମାନ ର ସମାଜରେ ବହୁ ବାଧାବିଘ୍ନ ସହ ଏମିତି ବିଧା ଗୋଇଠା ଖାଇ ଚୁପ୍ ରହିବାକୁ ପଡ଼ିବ !! ଆଜିର ସମାଜରେ ସଚ୍ଚୋଟ ସାମ୍ୱାଦିକତା ପାଇଁ ଏମିତି ପୁରସ୍କାର ମିଳେ ଯେମିତି ଏବେ ବଲାଙ୍ଗୀର ରେ ଦେଖୁଛନ୍ତି। ସାମାନ୍ୟ ଗୋଟେ ଠିକାଦାର ଏକ ଟିଭି ଚ୍ୟାନେଲ ସାମ୍ୱାଦିକ ସହ କିପରି ବ୍ୟବହାର କରିଛି ।ଏକ ଚ୍ୟାନେଲର ବଲାଙ୍ଗିର ପ୍ରତିନିଧି ବିଜୟ ପ୍ରଧାନ, ପୁଇଁତଲା ବ୍ଲକ କୁଲଥିପାଲି ଅଞ୍ଚଳର ଦୁର୍ନୀତିଗ୍ରସ୍ତ ଠିକାଦାର ଗଜେନ୍ଦ୍ର ଦଳେଇର ମୁଖା ଖୋଲିଦେବାରୁ ସେ ଏଭଳି ଗୁଣ୍ଡାରାଜ୍ ଦେଖାଇଛି ବୋଲି ସୂଚନା ମିଳିଛି। ଏଇଟା କଣ ପ୍ରଥମ ଘଟଣା ? ଯେତେଥର ଯେଉଁ ସାମ୍ବାଦିକ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଚେଷ୍ଟା କରିଛନ୍ତି ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ପଡିଛି। କଂଗ୍ରେସ୍ ଅମଳରୁ ଛବିରାଣୀ ଘଟଣାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସାମ୍ବାଦିକ ବଳି ପଡ଼ି ପଡ଼ି ଚାଲିଛନ୍ତି।ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ସରକାର ସାମ୍ବାଦିକ ମାନଙ୍କ ଉପରେ ହେଉଥିବ ଆକ୍ରମଣ ଉପରେ ଅଙ୍କୁଶ ଲଗାନ୍ତୁ। ସ୍ବାସ୍ଥ୍ୟ ବୀମା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଜନସାଧାରଣ ରେ ଦାବି ହେଉଛି।  ଏଭଳି ଏକ ଅମାନୁଷିକ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ।

ଜନତାଙ୍କ ହିତ ପାଇଁ ସାମ୍ବାଦିକ ଟିଏ ମାଡ଼ ଖାଉଛି ସରକାର ପଦକ୍ଷେପ ନିଅନ୍ତୁ ଯେମିତି ଛତିଶଗଡ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମେଡିକାଲ ତରଫରୁ ଆକ୍ରମଣ କରିଥିବା ବାଉନ୍ସର ମାନଙ୍କୁ ପୋଲିସ ଗିରଫ କରିବା ସହ ଲଣ୍ଡା କରି ରାଜରାସ୍ତାରେ ଚଲେଇ ଚଲେଇ ନେବାର ଦେଖିବାକୁ ମିଳିଥିଲା ।

ଗତକାଲି ଘଟଣାର ପ୍ରତିବାଦ କରି ସାମ୍ବାଦିକ ମାନେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ।ସରକାର ଏହାକୁ ଗୁରୁତ୍ୱ ସହ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ସୁଚନା ମିଳିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *