ଖୋର୍ଦ୍ଧା:- (ଶୁଭ ଖବର) ବେଗୁନିଆ ବ୍ଲକ ନିକଟସ୍ଥ ପଳାଶୁଣି ଗ୍ରାମର ଧର୍ମପରାୟଣ ମହିଳା ହୀନ ପଣ୍ଡାଙ୍କ ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ରବିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଛି । ସଭାର ପ୍ରାରମ୍ଭରେ ସ୍ୱର୍ଗତ ନିମାଇଁ ବାବାଙ୍କ ଶିଷ୍ୟ ବାବା କାର୍ତ୍ତିକ ତତ୍ବାବଧାନରେ ଅବକାଶ ବାବା, କାର୍ତ୍ତିକବାବା,ଘନଶ୍ୟାମ ବାବା, ରାଜ ବାବା ଓ ମାୟା ବାବା ହରିନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ପରେ ଶିକ୍ଷାବିତ୍ ବିମ୍ବାଧର ସୁନ୍ଦରାୟ,ବେଣୁଧର ସାହୁ,କୁଳମଣି ମିଶ୍ର, ରାଜ କିଶୋର ପାଣିଗ୍ରାହୀ,ହରିବନ୍ଧୁ ପଣ୍ଡା,ରେବେକା ଭଟ୍ଟାଚାର୍ଯ୍ୟ, ଲକ୍ଷ୍ମୀଧର ପଣ୍ଡା ଓ ସମାଜସେବୀ ଦିଲୀପ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶେଷରେ ଏକ ମାତ୍ର ପୁତ୍ର ତଥା ସାମ୍ବାଦିକ ଡ଼ଃ ନଳିନୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now