ବେଗୁନିଆ : (ଶୁଭ ଖବର ) ଆମ କଳା ସଂସ୍କୃତି ଓ ପରମ୍ପରା ହେଉଛି ମହାନ୍ । ଆମ କଥା.. ଆମ ଗାଥା… କୁ ନେଇ ଆସୁଛି ଶୀତଳ ଷଷ୍ଠୀ ମହୋତ୍ସବ,ଗୋବିନ୍ଦପୁର । ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୨ ତାରିଖ ଠାରୁ ୫ ତାରିଖ ଚାରିଦିନ ବ୍ୟାପି ବେଗୁନିଆ ବାଘମାରୀ ନିକଟସ୍ଥ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି – ଶୀତଳଷଷ୍ଠୀ ମହୋତ୍ସବ ।

ଜୁନ୍ ୧ ତାରିଖ ଦିନ ସକାଳ ସମୟରେ ୧୦୮ କଳସ ଶୋଭାଯାତ୍ରା ଓ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପବିତ୍ର ପୀଠରେ ହୋମଯଜ୍ଞ ଅନୁଷ୍ଠିତ ହେବ । ଉକ୍ତ ଦିନ ସନ୍ଧ୍ୟା ୭ ଟାରେ ଠାକୁରଙ୍କ ଗ୍ରାମ୍ୟ ପରିକ୍ରମା ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨ ତାରିଖ ଦିନ ଶକ୍ତି ମିଶ୍ର ମେଲୋଡି ଓ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କମେଡି ଓ ପଞ୍ଚମ ବଲାଙ୍ଗୀର, ସାନ୍ତାଳୀ ରାଉରକେଲା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ସେହିପରି ଜୁନ୍ ୩ , ୪ ଓ ୫ ତାରିଖ ରାଜ୍ୟ ତଥା ରାଜ୍ୟ ବାହାର ସାଂସ୍କୃତିକ କାର୍ଯ୍ୟକ୍ରମ, ପାଇକ ଆଖଡ଼ା, ମଲଖମ୍ବ, ଓଡ଼ିଶୀ, ସମ୍ବଲପୁରୀ, ନିଆଁ ଖେଳ, ମଡର୍ନ ନୃତ୍ୟ ସହିତ ତରଙ୍ଗ ଟିଭି ସିରିଏଲ୍ କଳାକାର ଯୋଗ ଦେବେ ବୋଲି ମହୋତ୍ସବ ସଭାପତି ସରୋଜ କୁମାର ବେହେରା କହିଛନ୍ତି l

ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା ଅବସରରେ ବିଭିନ୍ନ ଅତିଥି ମନ୍ତ୍ରୀ, ବିଧାୟକ, ରାଜନେତା, ସମାଜସେବୀ ଉପସ୍ଥିତ ରହିବେ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ l ଶୀତଳଷଷ୍ଠୀ ମହୋତ୍ସବ କମିଟି ଗୋବିନ୍ଦପୁର ଆୟୋଜନରେ ପ୍ରଯୋଜକ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗ ଏ କାର୍ଯ୍ୟକ୍ରମକୁ ସମ୍ପାଦିତ କରୁଛନ୍ତି । ତେଣୁ ଆସନ୍ତା ଜୁନ୍ ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ମହା ଆଡ଼ମ୍ବରରେ ପାଳିତ ହେବ ଗୋବିନ୍ଦପୁର ଶୀତଳଷଷ୍ଠୀ ମହୋତ୍ସବ ” ସମ୍ପର୍କ” -୨୦୨୫

Subha Khabar is now on Whatsapp
Join and get latest news update delivered to you via whatsapp
Join Now