ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କଲେ ସରକାର

ଭୁବନେଶ୍ଵର :- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)  ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି । ୧୪ଜଣଙ୍କୁ ବଦଳି  କରାଯାଇଛି । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ୱ ବୋର୍ଡ କୋର୍ଟ ଅଫିସର ଏନ୍‌ଏନ୍‌  ରାଜଲକ୍ଷ୍ମୀ ଓଝାଙ୍କୁ କଟକ ଟାଙ୍ଗୀ ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀ  (ବିଡିଓ) ଭାବେ ବଦଳି କରାଯାଇଛି 
ସେହିପରି ପୁରୀର ଡେପୁଟି  କଲେକ୍ଟର ବସନ୍ତ କୁମାର ହାତୀଙ୍କୁ ଜଟଣୀ ବିଡିଓ, ବୌଦ୍ଧ ଡେପୁଟି  କଲେକ୍ଟର ତୃପ୍ତିମୟୀ ଜେନାଙ୍କୁ ଗଞ୍ଜାମ ସେରଗଡ଼ ବିଡିଓ ଭାବେ  ବଦଳି କରାଯାଇଛି । କଟକ ଡିଏଲ୍‌ଆର୍‌ଏସ୍‌ର ଆସିଷ୍ଟାଣ୍ଟ ଡାଇରେକ୍ଟର ଲୋପାମୁଦ୍ରା ନାୟକଙ୍କୁ ସାଲେପୁର ବିଡିଓ, ନିରଞ୍ଜନ ପରିଡ଼ାଙ୍କୁ ଜଗତସିଂହପୁର ନୂଆଗାଁ, ଚଇଁନୁ ଗଣ୍ଡଙ୍କୁ ଚନ୍ଦାହାଣ୍ଡି, ଶୁଭଶ୍ରୀ ଟୁଡୁଙ୍କୁ  ବାହାନଗା, ପି ମନସ୍ମିତାଙ୍କୁ କୋରାପୁଟ କୁନ୍ଦ୍ରା, ପରମାନନ୍ଦ ଖଣ୍ଢେଇଙ୍କୁ ବାଙ୍ଗିରିପୋଷି, ରାଧା ରଞ୍ଜନ ଦାସଙ୍କୁ ବାଲିଆପାଳ, ଶିବ ଶଙ୍କର  ମୁର୍ମୁଙ୍କୁ କୁସୁମି, ଗୋପୀନାଥ ଖାକାଙ୍କୁ ତରଭା, ରଶ୍ମିତା ନାଥଙ୍କୁ  ବାଲିଅନ୍ତା ବିଡିଓ ଭାବେ ବଦଳି କରାଯାଇଛି । ସେହିପରି ତରଭା  ବିଡିଓ ଗଙ୍ଗାରାମ ବୁଡେକ୍‌ଙ୍କୁ ବିଭାଗକୁ ଫେରାଇ ଆଣିଦିଆଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *