ବଦ୍ଧାପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହତ୍ୟା ଅଭିଯୋଗ ଆଣିଲେ ମୃତକ ଙ୍କ ବାପା


ଖୋର୍ଦ୍ଧା,୨୯ା୬: ରବିବାର ସକାଳୁ ଶିଳ୍ପାଂଚଳ ଥାନା ଅନ୍ତର୍ଗତ ବଦ୍ଧା ପୋଖରୀ ନିକଟ ରାସ୍ତା ପାଶ୍ୱର୍ରୁ ପୁଲିସ ଏକ ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଲେ ଜଟଣୀ ଥାନା ବିକାଶନଗର ର ହିରଣ୍ୟ ବେହେରା ଓରଫ୍ ଗୁଡୁ (୨୯) । ମୃତ ଯୁବକଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଶକ୍ତ ଆଘାତର କ୍ଷତଚିହ୍ନ ରହିଥିବା ଏବଂ ପ୍ରବଳ ରକ୍ତଶ୍ରାବ ହୋଇଥିବା ଦେଖାଯାଇଛି । ପୁଲିସ ଘଟଣାସ୍ଥଳରୁ ମୃତଦେହ ସମେତ ପାଖରେ ପଡିଥିବା ଏକ ମୋବାଇଲ, ପଟେ ଚପଲ ଏବଂ ରକ୍ତ ଭିଜା ଗାମୁଛାକୁ ସାଇଁଟିଫିକ୍ ଟିମ ଉପସ୍ଥିତିରେ ଜବତ କରଛି । ଅନ୍ୟପକ୍ଷରେ ମୃତକଙ୍କ ବାପା ଦିଲ୍ଲିପ ବେହେରା ପୁଅ କୁ କେହି ହତ୍ୟା କରି ଆଣି ଫିଙ୍ଗିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଉପରେ ପୁଲିସ ୧୫୬/୨୫ରେ ହତ୍ୟାମାମଲା ରୁଜୁ କରି ଡଗସ୍କ୍ୱାର୍ଡ, ସାଇଁଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛି ।


  ପ୍ରକାଶ ଥାଉକି, ଆଜି ସକାଳ ପ୍ରାୟ ୬ଟା ସମୟରେ ପୋଖରୀ ନିକଟ ରାସ୍ତା କଡରେ ଏକ ଯୁବକ କ୍ଷତାକ୍ତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ପୁଲିସ କୁ ଖବର ଦେବାରେ ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଜୟସିଂ ଟିମ୍ ସହ ପହଁଚି ମୃତଦେହକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ କୁ ପଠାଇଥିଲେ । ପରେ ଘଟଣାସ୍ଥଳରେ ଏସଡିପିଓ ନିହାର ପ୍ରଧାନ ପହଁଚି ଥିବାବେଳେ ଡଗ୍ସ୍କ୍ୱାର୍ଡ ଓ ସାଇଁଟିଫିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ପୁଲିସ ମୃତକଙ୍କ ଫୋନ୍, ପଟେ ଚପଲ ଓ ରକ୍ତ ଭିଜା ଗାମୁଛାକୁ ଜବତ କରି ତଦନ୍ତ ଜାରୀ ରଖିଥିବାବେଳେ ମୃତକ ଜଟଣୀ ର ବୋଲି ଜାଣିବାକୁ ପାଇଥିଲା ।
  ତେବେ ମୃତକଙ୍କ ବାପା ଦିଲିପ ଜଟଣୀ ପୌରକାର୍ଯ୍ୟାଳୟ ସମ୍ମୁଖରେ ଏକ ଛୋଟ ଦୋକାନ କରିଥିବାବେଳେ ମାଆ ସକୁନ୍ତଳା ସିଲେଇ କରି ଦୁଇ ପୁଅଙ୍କୁ ପାଠ ପଢାଇଥିଲେ ।ତାଙ୍କ ପୈତୃକ ଗାଁ ଜଟଣୀ ଥାନା ରେଙ୍ଗଳ ହୋଇଥିବାବେଳେ ସେମାନେ ଦୀର୍ଘବର୍ଷ ଧରି ବିକାଶ ନଗର ରେ ରହୁଥିଲେ । ମୃତକ ହିରଣ୍ୟ ବିସିଏ ପାସ୍ କରିଥିବାବେଳେ ସାନପୁଅ ଅରଣ୍ୟ ସ୍ନାତକ ପରେ ଚାକିରୀ ଅନ୍ୱେଷଣ କରୁଥିବା ଜଣାଯାଇଛି ।ବାପା ଦିଲ୍ଲିପଙ୍କ କହିବା ଅନୁଯାୟୀ ଦିନ ୧୨ଟାରୁ ହିରଣ୍ୟ ଘରୁ ବାହାରକୁ ଯାଇଥିଲେ । ସନ୍ଧ୍ୟା ୬ଟାରେ ପୁଅ ଏକ ଟାଟାଏସିଇ ଚଳାଇ ଯାଉଥିବା ଦିଲିପ ଦେଖିଥିଲେ ।ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ ।

ମାତ୍ର ସକାଳୁ ତାର ମୃତଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଥାନାରେ ପହଁଚି ମୃତଦେହ ଚିହ୍ନଟ କରିଥିଲେ । ପୁଅ କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଚାଲିଯାଇଥିବା ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ଜଣାଯାଇଛି ।ନିଶା କାରବାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *