ପୁରୀ ଶରଧାବାଲି  ରେ ଅଘଟଣ : ୩ ମୃତ

ପୁରୀ :- ଏହି ଅଘଟଣ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।ହଠାତ୍ ଚାରମାଳ ବୋଝେଇ ଟ୍ରକ ପଶିଲା ଶରଧାବାଲି କୁ । ଟ୍ରକ ପଶିବାରୁ ହଠାତ୍ ଠେଲାପେଲା ହୋଇ ଥିଲା । ସେହି ଠେଲାପେଲା ରେ ପ୍ରାନଗଲା ତିନି ଶ୍ରଦ୍ଧାଳୁ ଙ୍କ ର ।ସୁରକ୍ଷା ବ୍ୟବସ୍ଥା ପୁରା ଢିଲା ।ସାମ୍ବାଦିକ ଅକ୍ଷୟ ସାହୁ ଙ୍କ ମତ ରେ ଗୁଣ୍ଡିଚା ମନ୍ଦିର ଓ ରଥ ର ବ୍ୟବଧାନ ବହୁତ୍ କମ୍। ସୁରକ୍ଷା କର୍ମୀ ସେଠାରେ ନଥିଲେ । ଟ୍ରାଫିକ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ବିଫଳ । ଟ୍ରକ ଭିତରେ ପଶିଲା କେମିତି । ହଠାତ୍ ପଶିବାରୁ ଦଳାଚକଟା ବଢିଲା । ସେତେବେଳେ ସୁରକ୍ଷା ଅଧିକାରୀ ନଥିଲେ , ଲୋକମାନେ ନିଜେ ନିଜେ କରିଥିଲେ । ବରିଷ୍ଠ ସାମ୍ବାଦିକ କହିଲେ ମୋର ପୁନଃଜନ୍ମ ପାଇଲେ ବୋଲି କହିଲେ । ପ୍ରଶାସନିକ ଅବହେଳା ରୁ ଜୀବନ ଗଲା ୩  ଶ୍ରଦ୍ଧାଳୁ ।ଏହି ତିନିଜଣ ଙ୍କ ମଧ୍ୟରେ ବୋଲଗଡ ଗୋବର୍ଦ୍ଧନ ପୁର ର ବାସନ୍ତୀ ସାହୁ ବୋଲି ସୂଚନା , ବହୁ ପାଣି ଟୋପେ ଦେଲେନି ସୁରକ୍ଷା ଅଧିକାରୀ ବୋଲି କହିଲେ ମୃତଙ୍କଙ୍କ ସ୍ବାମୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *