ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର

ଖୋର୍ଦ୍ଧା  : ୧୯୭୫ ମସିହା ସାରା ଭାରତବର୍ଷର ଇତିହାସରେ ଏକ କଳା ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଆପତ୍ତ କାଳୀନ ସମୟର ଜେଲବନ୍ଦୀଙ୍କୁ ରାଜ୍ୟ ସରକାର ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରି ଜୁନ ୨୫ ତାରିଖରେ ଭୁବନେଶ୍ୱରସ୍ଥ ରେଳ ସଦନରେ ସମ୍ମାନୀତ କରିଛନ୍ତି । ସେହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ‘ଲୋକତନ୍ତ୍ର ସେନାନୀ ସଂଘ’ ରାଜ୍ୟ ଆବାହକ ତଥା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ହରିହର ସାହୁଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଛି । 

ଏହି ସମ୍ବର୍ଦ୍ଧନା ସଭା ପରେ ପରେ ବୋଲଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।  ଶନିବାର ବୋଲଗଡର ଅଞ୍ଚଳର ବହୁ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ, ସାମ୍ବାଦିକ ଏକତ୍ରିତ ହୋଇ ସ୍ଥାନୀୟ ନନ୍ଦିଘୋଷ ଭବନ ପରିସରରେ ଶ୍ରୀ ସାହୁଙ୍କୁ ଅଭ୍ୟର୍ଥନା ଜଣାଇଥିଲେ । ଶ୍ରୀ ସାହୁ ଏହି ସଭାରେ ତାଙ୍କର କୋହଭରା ଗଳାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସେତେବେଳେ ଇନ୍ଦିରା ସରକାରଙ୍କ ଲୋମ ଟାଙ୍କୁରା ନିର୍ଯ୍ୟାତନା କାହାଣୀ ସମସ୍ତଙ୍କ ଆଗରେ ଅଭିଭାଷଣ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ସେ ନିଜେ ଜଣେ ଭୁକ୍ତଭୋଗୀ ହୋଇ କାରାବରଣ ମଧ୍ୟ କରିଥିଲେ । ୧୯୭୫ମସିହାରେ କେନ୍ଦ୍ରରେ ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଶାସନ ଥାଏ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ଥାଆନ୍ତି । ଉତ୍ତର ପ୍ରଦେଶର ରାଏବରେଲୀରେ ଇନ୍ଦିରା ଗାନ୍ଧୀ ନିର୍ବାଚନ ଲଢୁଥିବା ସମୟରେ ହୋଇଥିବା ଅନିୟମିତତା ପାଇଁ ଏହ୍ଲାବାଦ ହାଇକୋର୍ଟ  ଇନ୍ଦିରାଙ୍କୁ ଦୋଷୀ ସଜାଇବା ଏବଂ ସୁପ୍ରିମକୋର୍ଟ ଏହି ରାୟ ବିରୁଦ୍ଧରେ ରହିତା ଦେଶ ନଦେବା ଫଳରେ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀତ୍ୱର ଦୁରୂପ ଯୋଗ କରି ଆପତ୍ତ କାଳୀନ ସମୟ ଲାଗୁ କରିଥିଲେ । ସମସ୍ତ ବିରୋଧୀ ଦଳର ନେତା ଓ କର୍ମୀମାନଙ୍କୁ ‘ମିଶା’ରେ ବିନା କାରଣରେ ଜେଲରେ ବନ୍ଦି କରି ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ । ସମସ୍ତ ଗଣମାଧ୍ୟମର ସ୍ୱତନ୍ତ୍ରତାକୁ ବାର୍ଯ୍ୟାପ୍ତ କରାଯାଇଥିଲା । ଗଣମାଧ୍ୟମରେ କେହି ସରକାରଙ୍କୁ ସମାଲୋଚନା  କଲେ ସେମାନଙ୍କ କାର୍ଯ୍ୟାଳୟ ବନ୍ଦ ସହିତ ସେମାନଙ୍କ ସମ୍ପାଦକଙ୍କୁ ଜେଲରେ ଅନିର୍ଦ୍ଦିଷ୍ଠକାଳ ପାଇଁ ବନ୍ଦ କରିଦିଆଯାଉଥିଲା । ସାଧାରଣ ଲୋକଙ୍କ କଥା ତହୁଁ ତର୍ଦୁପ ହୋଇଯାଇଥିଲା । ବିନା କରାଣରେ ବିରୋଧୀ ଦଳ ଓ ଗରିବଙ୍କୁ ବନ୍ଧ୍ୟାକରଣ କରିବା ଏହାର ପ୍ରମୁଖ ଅସ୍ତ୍ର ଥିଲା ।  କହିବାର ସ୍ୱାଧୀନତା ଏବଂ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କ ଠାରୁ ବଳପୂର୍ବକ ଛଡାଇ ନିଆଯାଇଥିଲା । ସାରା ବୋଲଗଡ ବାସୀ ଇନ୍ଦିରାଙ୍କ କଳା କାରନାମା ଜାଣିବା ଦରକାର ଏବଂ ସେ ତାଙ୍କ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ୧୯୭୫ମସିହା ୨୫ଜୁନ୍‌ର କଳା ଅଧ୍ୟାୟ ଉପସ୍ଥାପନ କରିଚାଲିଥିବେ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ହୋଇଥିବା ସମ୍ମାନ ଫଳକଟିକୁ ନନ୍ଦିଘୋଷ ଭବନରେ ତୃତୀୟାଦେବଙ୍କୁ ସମର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *