ସମ୍ବିଧାନକୁ ନେଇ ଆର୍‌ଏସ୍ଏସ୍-କଂଗ୍ରେସ ମୁହାଁମୁହିଁ ପରିସ୍ଥିତି

ନୂଆଦିଲ୍ଲୀ: – ଭାରତୀୟ ସମ୍ବିଧାନ ପ୍ରସ୍ତାବନାରେ  ଥୁବା ସୋସିଆଲିଷ୍ଟ ( ସମାଜବାଦୀ) ସେକ୍ୟୁଲାର (ଧର୍ମନିରପେକ୍ଷ) ଶବ୍ଦ ହଟଯିବା ବାବଦରେ । ପୂରା ଦେଶରେ ଖୋଲା ବିତର୍କ ହେବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍ଏସ୍) ମହାସଚିବ ଦତ୍ତାତ୍ରେୟ ହୋସବାଲେ। ଏହି ଦୁଇ ଶବ୍ଦ ମୂଳ ସମ୍ବିଧାନରେ ନ ଥିଲା ଏବଂ ଏମର୍ଜେନ୍ସି ବେଳେ ସଂସଦର ବିନା ସ‌ହ‌ମତିରେ ତାହାକୁ ସମ୍ବିଧାନରେ ଯେଡ଼ା ଯାଇଥୁଲା ବୋଲି ଗୁରୁବାର ଏମର୍ଜେନ୍ସିର ୫୦ ବର୍ଷ ପୂର୍ତି ଅବସରରେ ହୋସବାଲେ କହିଛନ୍ତି।

ଦେଶରେ ଜରୁରିକାଳୀନ ସ୍ଥିତି ଲାଗୁ କରାଯିବା ପ୍ରସଙ୍ଗରେ ହୋସବାଲେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଏମର୍ଜେନ୍ସି ସମୟରେ ଦେଶର ସମ୍ବିଧାନର ହତ୍ୟା କରାଯାଇଥିଲା। ନ୍ୟାୟପାଳିକାର ସ୍ବାଧୀନତା ଶେଷ କରିଦିଆଯାଇଥିଲା। ଯେଉଁମାନେ ସମ୍ବିଧାନର ହତ୍ୟା କରିଥିଲେ ସେମାନେ ଆଜି ସମ୍ବିଧାନର କପି ଧରି ବୁଲୁଛନ୍ତି। ଆଜି ପର୍ଯ୍ୟନ୍ତ ସେମାନେ ଏଥିଲାଗି ଦେଶକୁ କ୍ଷମା ମଧ୍ୟ ମାଗିନାହାନ୍ତି। ଏମର୍ଜେନ୍ସି ବେଳେ ଲକ୍ଷାଧିକ ଲୋକଙ୍କୁ ଜେଲ୍‌ରେ ଭର୍ଭି କରାଯାଇଥିଲା । ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ, ସମାଜବାଦ ଶବ୍ଦ ହଟୁ: ଆର୍ଏସ୍ଏସ୍ ଆର୍‌ଏସ୍ଏସ୍, ବିଜେପି କେବେ ସମ୍ବିଧାନକୁ ସ୍ବୀକାର କରିନି: କଂଗ୍ରେସ

ପ୍ରକାଶଥାଉ କି, ୧୯୭୬ରେ ସମ୍ବିଧାନର ୪୨ତମ ସଂଶୋଧନ ଜରିଆରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ସାମିଲ କରାଯାଇଥିଲା। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ।
ଏହାକୁ ନେଇ କଂଗ୍ରେସ ଆର୍‌ଏସ୍ଏସ୍ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଆର୍‌ଏସ୍ଏସ୍ କେବେ ବି ଦେଶର
ସମ୍ବିଧାନକୁ ସ୍ଵୀକାର କରିନି। ସମ୍ବିଧାନ ପ୍ରସ୍ତୁତ କରିଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ଆର୍‌ଏସ୍ଏସ୍ ୧୯୪୯ ମସିହାରୁ ଆକ୍ରମଣ କରିଆସୁଛି। ଆର୍‌ଏସ୍ଏସ୍ ଅନୁସାରେ ଭାରତର ସମ୍ବିଧାନ ମନୁସ୍ମୃତିରୁ ପ୍ରେରିତ ନୁହେଁ। ତେଣୁ ଆର୍‌ଏସ୍ଏସ୍ ଏବଂ ବିଜେପି ବାରମ୍ବାର ନୂଆ ସମ୍ବିଧାନ କଥା କହୁଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ସମ୍ବିଧାନ ସମାନତା, ନ୍ୟାୟ, ଧର୍ମନିରପେକ୍ଷର କଥା କହୁଥିବାରୁ ଆର୍‌ଏସ୍ଏସ୍ ଏହାକୁ ପସନ୍ଦ କରୁନାହିଁ । ଏହା ହିଁ ଆର୍‌ଏସ୍ଏସ୍‌ର ଅସଲ ଚେହେରା । ବିଜେପି-ଆର୍‌ଏସ୍ଏସ୍ ଗରିବ, ଦଳିତଙ୍କ ଅଧିକାର ଛଡ଼ାଇ ସେମାନଙ୍କୁ ପୁଣି ଗୋଲାମ ବନାଇବାକୁ ଚାହେଁ  ବୋଲି କହିଛି କଂଗ୍ରେସ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *