ଖୋର୍ଦ୍ଧା :- (ଶୁଭ ଖବର ) ମନ୍ଦିର ମାଳିନି ଭାବେ ପରିଚିତ ଖୋରଧା ନବିନାବାଗ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଦେବ ପୀଠରେ ମହାବୀର ଯୁବକ ସଂଘ ଦ୍ୱାରା ଦ୍ୱାଦଶ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ ହୋଇ ଯାଇଛି। ଗତ ୨୦ ତାରିଖରୁ ଅରମ୍ବ ହୋଇ ୨୨ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଦିଆ ଯାଇଥିଲା। ତିନିଦିନ ଧରି ଯଜ୍ଞରେ ପ୍ରତ୍ୟହ ସୂର୍ଯ୍ୟ ପୂଜା,ଗୋପୂଜା ହୋମ ,ନାମ ଯଜ୍ଞ,ଗୀତା ପାଠ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମାନସିକଧାରୀ ବ୍ରତୀ କଳସ ଶୋଭା ଯାତ୍ରା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ।ପୁରୋଧା ସଚ୍ଚିଦାନନ୍ଦ ଖାଡଙ୍ଗା ପୁରୋହିତ ପଦ୍ମ ଚରଣ ଦାଶ ,ରାମଚନ୍ଦ୍ର ଦୀକ୍ଷିତ (ନାଲୁ ଭାଇନା) କର୍ତ୍ତା ଲଳିତ କୁମାର କର, କର୍ତ୍ତି ସତ୍ୟଭାମା କର ଯଜ୍ଞ କାର୍ଯ୍ୟ କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ବୁବୁ ନାୟକ ,ଶରତ ପୃଷ୍ଟି, ଲଳିତ ମୋହନ ମହାପାତ୍ର କାଉନସିଲର ସୁଶାନ୍ତ ଜେନା ଗୋଲକ ହାତୀ ,ଗୋବର୍ଦ୍ଧନ ବାରିକ ବାସୁଦେବ ପ୍ରଧାନ ,ପରେଶ କର, ଦୁର୍ଗା ପ୍ରସାଦ ସଢଙ୍ଗୀ ,(ଲିପୁ) ଧଇନ ବେହେରା ଶଙ୍କର କୁମାର, ବୁଲୁ ବାବୁ ,ଗଣେଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ଣ୍ଣାହୂତି ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now