ଖୋର୍ଦ୍ଧା: (ଶୁଭ ଖବର)- ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସାରା ପୃଥିବୀ ରେ ଏକ ମାତ୍ର ରାଷ୍ଟ୍ର , ଯାହା ସାରା ବିଶ୍ୱକୁ ଏହି ଯୋଗ ଶିକ୍ଷା ସମ୍ପର୍କ ରେ ସଚେତନ କରାଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଏହି ଅବସର ରେ ବେଗୁନିଆ ବ୍ଲକ୍ ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ରେ ଯୋଗ ଶିବିର ଆୟୋଜିତ ହୋଇଥିଲା।

ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ନାୟକ ଙ୍କ ତତ୍ତ୍ୱାବଧାନରେ ରେ ଆୟୋଜିତ ଏହି ଶିବିର ରେ ଯୋଗ ଗୁରୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାସନ ଏବଂ ପ୍ରାଣାୟମ ସମ୍ପର୍କ ରେ ଶିକ୍ଷା ପ୍ରଦାନ କରିଥିଲେ। ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସାନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା।
ପ୍ରତ୍ୟେକ ଦିନ ସୁର୍ଯୋଦୟ ସମୟ ରେ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଯୋଗ କରିବା ଦ୍ଵାରା ସ୍ମୃତି ଶକ୍ତି ବୃଦ୍ଧି ହୁଏ। ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ ରେ ଏକାଗ୍ରତା ରଖିବା ପାଇଁ ଯୋଗାସନ ର ଆବଶ୍ୟକତା ଅଛି । ଏଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍।

ଅନୁଷ୍ଠାନ ର ଗୁରୁମା ଜ୍ୟୋଷ୍ନାମୟୀ ଜେନା, ଗୀତାଞ୍ଜଳି ପ୍ରଧାନ, ଭାରତୀ ପ୍ରହରାଜ,ମୋନାଲିସା ପଟ୍ଟନାୟକ, ବିଷ୍ଣୁପ୍ରିୟା ତ୍ରିପାଠୀ,ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ସୁଧଲତା ପାତ୍ର, ରୂପଶ୍ରୀ ବେହେରା, ଚିନ୍ମୟୀ ମହାପାତ୍ର ପ୍ରମୁଖ ପ୍ରମୁଖ ଏହି ଆନ୍ତର୍ଜାତୀୟ ଯୋଗ ଶିବିର କୁ ପରିଚାଳନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now