ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧା : – (ଶୁଭ ଖବର )ଆଜି ସ୍ଥାନୀୟ ହାବେଳୀ ପଡିଆ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ତଥା ଯୁବା ଦିବସ ଜିଲ୍ଲା ପ୍ରଶାସନ,ଅବକାରୀ ଓ କ୍ରୀଡ଼ା ବିଭାଗ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଦିବସରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସର୍ବେ ଭବନ୍ତୁ ସୁଖିନଃ”, ଆତ୍ମା ଓ ପରତ୍ମାର ମିଳନ, ଅହଙ୍କାର ଶୂନ୍ୟ, ସ୍ୱାର୍ଥ ଶୂନ୍ୟ, ସେବା, ଆନନ୍ଦ ଓ ସଚ୍ଚିଦାନନ୍ଦ ପ୍ରାପ୍ତିର ମୂଳ ଲକ୍ଷ୍ୟ ଯୋଗ ଅଟେ ଉଦବୋଧନ ଦେଇ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଜନ ସାଧାରଣ ମାନେ ଜାତି,ଧର୍ମ, ବର୍ଣ୍ଣ , ଭାଷା, ଲିଙ୍ଗ ଭେଦଭାବରୁ ଏବଂ ଗ୍ରାମୀଣ ଓ ସହରୀ ସଭ୍ୟତା ଠାରୁ ଉର୍ଦ୍ଧରେ ରହି ପ୍ରଧାନ ମନ୍ତ୍ରୀ ଙ୍କ ବାର୍ତା ରେ ଉଦବୁଦ୍ଧ ହୋଇ ଯୋଗକୁ ନିଜ ଜୀବନର ଏକ ଅଂଶ ଭାବି ଯୋଗାଭ୍ୟାସ କଲେ ଶାରୀରିକ , ବୌଦ୍ଧିକ, ଆଧ୍ୟାତ୍ମିକ ବିକାଶର ସମ୍ଭବ ହୋଇ ପାରିବା ସହ ସମସ୍ତେ ସୁସ୍ଥ ନିରାମୟ, ନିରୋଗୀ ଜୀବନଯାପନ ବିତାଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଜଣେ ଜଣେ ବିନ୍ଧାଣି ହୋଇ ସାକାର କରିବାକୁ ଉଦବୋଧନ ରଖିଥିଲେ ।


  ଜିଲ୍ଲାପାଳ ଶ୍ରୀ ରାଣା କହିଲେ ଯେ ଯୋଗ ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଏକ ଅଂଶ ହେବା ଦରକାର । ଯୋଗଭ୍ୟାଷ ଦ୍ୱାରା ଶରୀର ବିଶୁଦ୍ଧିକରଣ ହୋଇ ରୋଗମୁକ୍ତ ହୋଇଥାଏ । ଯୋଗଭ୍ୟାସ ଦ୍ୱାରା ମନ ତୀକ୍ଷ୍ଣ ହୋଇ ଚେତନା ଶକ୍ତି ରେ ବୃହତ ଗଠନ ମୂଳକ ଜାଗରଣ ଚିନ୍ତାଧାରା ସୃଷ୍ଟି ହୋଇଥାଏ ଯାହା “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଏବଂ “ନିଶା ନିବାରଣ ରେ ଯୋଗ” ର ବହୁଳ ମାତ୍ରାରେ ଆଧୁନିକ ସଭ୍ୟତାରେ ଆବଶ୍ୟକତା ଅଛି ଏବଂ ଜନସାଧାରଣ ମାନେ ଯୋଗକୁ ଆପଣେଇଲେ ଏକ ସୁନ୍ଦର ପୃଥିବୀର ପରିକଳ୍ପନା ସମ୍ଭବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।


  ଆଜିର ଯୋଗ ଦିବସରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଅବକାରୀ ଅଧିକ୍ଷକ ଖୋର୍ଦ୍ଧା ସୂମତି ତ୍ରିପାଠୀ, ଭୁବନେଶ୍ୱର ଦେବାଶିଷ ପଟେଲ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଡେପୁଟି କଲେକ୍ଟର (ଜରୁରୀ) ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର ( ସାଧାରଣ ଓ ବିବିଧ) ପ୍ରଧାନ ଟୁଲିଆମା, ଆସିଷ୍ଟାଣ୍ଟ କଲେକ୍ଟର (ଅଭିଯୋଗ) ଭୁବନେଶ୍ୱରୀ କଅଁର, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ପତଞ୍ଜଳି ଯୋଗ ପରିବାରର ଯୋଗଗୁରୁ ପୂର୍ଣ୍ଣଚନ୍ଦ୍ର ନାୟକ, ଯୋଗ ଗୁରୁ ଗୌରାଙ୍ଗ ଚନ୍ଦ୍ର ମଣ୍ଡଳ, ଯୋଗ ଗୁରୁମା’ ଲଳିତା ସ୍ୱାଇଁ ଙ୍କ ସମେତ ସହକର୍ମୀ ବିଜୟ କୁମାର ମହାନ୍ତି, ନଗେନ ଚମ୍ପତି, ପ୍ରତାପ କୁମାର ସାହୁ, କବିତା ହରିଚନ୍ଦନ, ବବିତା ଚୌଧୁରୀ, ଦୁର୍ଗା ପ୍ରସାଦ ଚୌଧୁରୀ ପ୍ରମୁଖ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।


  ପ୍ରାରମ୍ଭରେ ସରୋଜକାନ୍ତ ମହାପାତ୍ର ଯୋଗ ମନ୍ତ୍ର ପାଠ କରିବା ପରେ, ଶରୀର ଶୀତଳିକରଣ, ସ୍କନ୍ଧ ଝୁଲଣ, ନିକ୍ ବ୍ୟାଣ୍ଡ, ତାଳାସନ, ଅଧ ଚକ୍ର ଆସନ, ତ୍ରିକୋଣ ଆସନ ଦଣ୍ଡା ଆସନ, ଭଦ୍ରା ଆସନ, ବଜ୍ରା ଆସନ,ଅର୍ଦ୍ଧ୍ ଉଚ୍ଚ ଆସନ ଇତ୍ୟାଦି, ପ୍ରାଣାୟମ ଏବଂ ଧ୍ୟାନ ଓ ଯୋଗ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଯୋଗଗୁରୁ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଗୌରାଙ୍ଗ ଚନ୍ଦ୍ର ମଣ୍ଡଳ ସଂକଳ୍ପ ପାଠ କରାଇଥିଲେ । ଏହି ଯୋଗ ଦିବସରେ ସହରର ବହୁ ବ୍ୟକ୍ତି, ବୁଦ୍ଧିଜୀବୀ, କ୍ରୀଡାବିତ୍, ଛାତ୍ରଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ, ପତଞ୍ଜଳି ପରିବାର, ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *