ମିଡିଆ ଶିଳ୍ପ ରେ କୃତ୍ରୀମ ବୁଦ୍ଧିମତ୍ତା ର ବ୍ଯବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ


ଖୋରଧା-(୧୭/୨): -ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଓ.ଏସ.ଓ.ୟୁ.) ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗ ପକ୍ଷରୁ ” ମିଡିଆ ଶିଳ୍ପ ରେ କୃତ୍ରିମ ବୁଦ୍ଧିମତ୍ତାର ବ୍ଯବହାର” ବିଷୟ ରେ ଅନଲାଇନ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଡିଜିଟାଲ ବିଶ୍ଵବିଦ୍ୟାଳୟ ଗଠନ ର ଦୃଷ୍ଟିକୋଣକୁ ସମନ୍ୱିତ କରି ଆୟୋଜିତ ହୋଇଥିଲା l ଏହାର ମୂଳ ଲକ୍ଷ ଥିଲା ଛାତ୍ର ଛାତ୍ରୀ ମାନଙ୍କୁ ଆଧୁନିକ ମିଡିଆ ପ୍ରଚଳନ ରେ କୃତ୍ରିମ ବୁଦ୍ଧିମତ୍ତାର ଦୃତ ବିକାଶଶିଳ ଭୂମିକା ଓ ବୁଦ୍ଧିଶିଳ ବୃତ୍ତିଗତ ସୁଯୋଗ ସମ୍ପର୍କ ରେ ଅବଗତ କରାଇବା l ଶିକ୍ଷଣ କାର୍ଯ୍ୟକ୍ରମ ସମୟରେ ଗ୍ୱାଲିୟାର ଆଇ.ଟି.ଏମ. ବିଶ୍ଵବିଦ୍ୟାଳୟ ର ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗ ର ମୁଖ୍ୟ ଡ. ମନିଷ ଜୈସାଲ ଓ ଗୁଗଲ ଦ୍ୱାରା ସିକୃତିପ୍ରାପ୍ତ ପ୍ରଶିକ୍ଷକ ଏଥିରେ ପ୍ରଶିକ୍ଷଣ ଦେଇଥିଲେ l କୃତ୍ରିମ ବୁଦ୍ଧିମତ୍ତା ସାମ୍ୱାଦିକଙ୍କୁ ପରିବର୍ତ୍ତନ କରୁ ନାହିଁ ବରଂ ଡିଜିଟାଲ ପରିବେଶ ରେ ସେମାନଙ୍କ କାର୍ଯ୍ୟକୁ ଅଧିକ କ୍ଷମତାଶିଳ, ସଠିକ ଓ ନୈତିକ ଭାବରେ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ କରୁଛି ବୋଲି ଶ୍ରୀ ଜୈସାଲ କହିଥିଲେ

ଡ.ଗୁରୁ ଶରଣ ଲାଲ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ.ତିଲାରାମ  ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମିଡିଆ ଶିକ୍ଷା ଓ ଗବେଷଣା ରେ କୃତ୍ରିମ ବୁଦ୍ଧିମତା ସମ୍ମିଳନ ର ଆବଶ୍ୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଶୀତଳ ପୁର୍ଣିମା ଧନ୍ୟବାଦ ପ୍ରଦାନ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *