ବୋଲଗଡ ବିଡିଓଙ୍କ କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ
ଏ ଲଢେଇ ପଲ୍ଲୀରୁ ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ବର, (୧୭/୦୨):- ବୋଲଗଡ ବ୍ଲକ ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରି ଦୀର୍ଘ ୮ଦିନ ହେଲା ଅହୋରାତ୍ର ବ୍ଲକ ସମ୍ମୁଖରେ ସର୍ବଦଳୀୟ ଧାର ଧାରଣା ଜାରି ରହିଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧ ମଣ୍ଡଳୀ ଆଜି ଧାରଣା ସ୍ଥଳରେ ର ପହଞ୍ଚିଥିଲେ । ଏହି ପ୍ରତିନିଧ ମଣ୍ଡଳୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ମୁଖପାତ୍ର ନାରାୟଣ ଜେନା, ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ସମର୍ଥନ ଜଣାଇଥିଲେ।

ରାଜ୍ୟସଭା ସାଂସଦ ସୁଲତା ଦେଓ କହିଥିଲେ ବିଡିଓ ମହୋଦୟା, ଅହଂକାର କାହାରି ରହିନାହିଁ କି ରହିବ ନାହିଁ ।ଏଭଳିକି ରାବଣର ମଧ୍ୟ ରହିନାହିଁ । ଲୋକ ପ୍ରତିନିଧୁମାନଙ୍କୁ ସମ୍ମାନ ଦେଇ କାମ ନାମ କରନ୍ତୁ। ପଞ୍ଚାୟତିରାଜ ପ୍ରତିନିଧିମାନେ ଲୋକଙ୍କ କାମ କରିବା ପାଇଁ ପ୍ରତିଦିନ ବ୍ଳକକୁ ଆସିଥାଆନ୍ତି । ଆପଣ ଯଦି ସେମାନଙ୍କର କାମ ସମ୍ମାନର ସହିତ ନକରିବେ, ଆଗକୁ ପରିସ୍ଥିତି ଅସମ୍ଭାଳ ହେବ । କେତେ ବି ବିଡିଓ ଗଲେଣି କିନ୍ତୁ ଏହି ବ୍ଳକ ରହିଛି। କାଲି ଆପଣ ବିଡିଓ ନଥୁବେ କିନ୍ତୁ ଏହି ଲୋକ ପ୍ରତିନିଧୁମାନେ ଏହି ଅଞ୍ଚଳ ଉନ୍ନତି ପାଇଁ ବ୍ଳକକୁ ସବୁବେଳେ ଆସୁଥିବେ । ତେଣୁ ଆପଣ ବିଜେପି ଦଳର ଇଙ୍ଗିତରେ କାମ ନକରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଗ୍ରାଧିକର ଦେଇ କାମ କରନ୍ତୁ ବୋଲି ବିଜେଡି ଚେତାଇ ଦେଇଛି।

ସେହିପରି ଡ. ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ, ବିଡିଓ ମହୋଦୟା ଲୋକ ପ୍ରତିନିଧୁମାନଙ୍କୁ ଅସମ୍ମାନିତ କରିବା ଉଚିତ ହୋଇନାହିଁ ? ସେ ଯେଉଁ ବିଜେପି ନେତାଙ୍କ ଇଙ୍ଗିତରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି ସେଥୁରୁ ତୁରନ୍ତ ନିବୃତ୍ତ ରୁହନ୍ତୁ । ନଚେତ ଆଗାମୀ ଦିନରେ ଏ ଲଢେଇ ପଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲିବ। ଏହାକୁ ଆମେ କଦାପି ହାଲ୍କା ଭାବେ ନେବୁ ନାହୁଁ । ଜିଲ୍ଲା ପ୍ରଶାସନକୁ ମଧ୍ୟ ଚେତାଇ ଦେଉଛୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଲୋକ ପ୍ରତିନିଧୁମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନ୍ୟାୟ ପ୍ରଦାନ କରିବାକୁ ଚେତାଇଦେଇଛନ୍ତି ।

ଏହି ଅହୋରାତ୍ର ଧାରଣା ରେ ବୋଲଗଡ ର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଙ୍କ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now