ଖୋର୍ଦ୍ଧା,(୧୨/୦୨);- ଖୋର୍ଦ୍ଧାରେ ଆଦର୍ଶ ଥାନା ଅଞ୍ଚଳ ରେ ବିକାଶ ନଗର ଅଞ୍ଚଳ ରେ ସେକ୍ସ୍ ରାକେଟ ଠାବ । ଭଡ଼ାଘରେ ଚାଲୁଥିଲା ସେକ୍ସ ରାକେଟ। ପୋଲିସ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ। କବାଟ ଭାଙ୍ଗି ପୋଲିସ ଧରିଥିଲେ ରାକେଟ କୁ। ପ୍ରାୟ ୧ବର୍ଷ ହେବ ଚାଲୁଥିଲା ସେକ୍ସ ରାକେଟ। ତିନି ଦେହଜୀବୀ ସହ ୪ ଗ୍ରାହକ ଗିରଫ।

ଆପତ୍ତିଜନକ ଅବସ୍ଥାରେ ପୋଲିସ ଗିରଫ କରିଛି। ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ପୋଲିସ ଏହି ଘରକୁ ସିଲ କରିଛି।ସ୍ଥାନୀୟ ଲୋକଙ୍କ କହିବା କଥା ବହୁତ ଆଗରୁ ଏଠି ସେକ୍ସ ରାକେଟ ଚାଲିବା କଥା ପୋଲିସ କୁ ଖବର ଦିଆଯାଇଥିଲା।ସେକ୍ସ ରାକେଟ ଚାଲିଥିବା ଭଡା ଘର ଜଣେ ପୋଲିସ ବାବୁଙ୍କର ।ସେଥିପାଇଁ ପୋଲିସକୁ ଅଭିଯୋଗ କଲେ କିଛି ସୁଫଳ ମିଳୁ ନଥିଲା।ସ୍ଥାନୀୟ ବାସିନ୍ଦା କିଛି ପୋଲିସ ଉପରିସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପରେ ଆଜି ଏହି ରାକେଟର ପର୍ଦ୍ଦାଫାଶ ହେଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now