ଖୋର୍ଦ୍ଧା :- (ଶୁଭ ଖବର)ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ରାଧାବଲ୍ଲଭ ଆମ୍ରକାନନ ପଡ଼ିଆରେ ସପ୍ତମ ରଜ ମହୋତ୍ସବ ୨୦୨୫ ଗତ ୪ଦିନ ଧରି ମହାସମାରୋହରେ ପାଳିତ ହୋଇ ଯାଇଛି। ଆୟୋଜକ ଧଳାପଥର ରଜ ମହୋତ୍ସବ କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ଥାନୀୟ ଖୋର୍ଦ୍ଧା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ।

ଏହି ଅବସରରେ ସୋମବାର ସନ୍ଧ୍ୟାରେ ସଙ୍ଗୀତ ବିଦ୍ୟାଳୟ ଧଳପଥରର ଓଡ଼ିଶୀ ଓ ରିମିକ୍ସ ରାଜ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ, ବଲାଙ୍ଗୀରର ଦୁଲଦୁଲି, ଭୁବନେଶ୍ୱର କଳାକେନ୍ଦ୍ରର ଓଡ଼ିଶୀ ଓ ଆଧୁନିକ ନୃତ୍ୟ ଭୁବନେଶ୍ୱର ନୃତ୍ୟାଳୟର ବିଭିନ୍ନ ନୃତ୍ୟ ଅଭିନୟ ସହିତ ସ୍ଥାନୀୟ କୁନି କୁନି କଳାକାରଙ୍କ ଦ୍ୱାରା ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଏକ ସାଧାରଣ ସଭା ଓ ପ୍ରତିଭା ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ରଜ ମହୋତ୍ସବ କମିଟିର ସଭାପତି ବିଜୟ କୁମାର ସୁବୁଦ୍ଧିଙ୍କ ସଭାପତିତ୍ବରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡକ୍ଟର ଦିଲୀପ ଶ୍ରୀଚନ୍ଦନ , ମୁଖ୍ୟବକ୍ତା ଭାବେ ବିଜେପି ବିଧାୟକ ପାର୍ଥି ପ୍ରକାଶ ଚନ୍ଦ୍ର ବିଜୁଳି , ସମ୍ମାନିତ ଅତିଥି ଭାବେ ସମାଜସେବୀ ବାସୁଦେବ ସାହୁ, ଧଳପଥର ପଂଚାୟତର ସରପଞ୍ଚ ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ସୂରଜ ପ୍ରସାଦ ସୁବୁଦ୍ଧି, ସିନେ ପ୍ରଯୋଜକ ପ୍ରଣବ କୁମାର ଯେଠି , ନିର୍ଦ୍ଦେଶକ ବାବୁ ବାବୁ , ସିନେ ତାରକା ଦିପାଶା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବୋଲଗଡ଼ ଅଞ୍ଚଳର ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ସ୍ବାଇଁ , ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଶିଷ୍ଟ ପ୍ରତିଭାମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଜ ଦୋଳି , ପାନ , ପିଠା ଓ ରଜ ପର୍ବ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଓ ସାଗରିକା ମିଶ୍ର ସଂଯୋଜନା କରିଥିଲା ବେଳେ ଉଦ୍ ଘୋଷକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ମହୋତ୍ସବ କମିଟିର ସମ୍ପାଦକ ରମେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now