ଖୋର୍ଦ୍ଧା : (ଶୁଭ ଖବର ) ଖୋରଧା ପୌର ପରିଷଦର ଟାଙ୍ଗିସାହି, ଗୁରୁଜଙ୍ଗ ନିବାସୀ ଯୁବ ସମାଜସେବୀ ପଦ୍ମ ଚରଣ ସାହୁ ଙ୍କ ମା ମଲିକା ସାହୁ ବୟସ ୬୫ ଗତକାଲି ଭୋର ରୁ କୁଆଡେ଼ ପଲେଇଇଆଇଥିଲେ । ତାଙ୍କ ପରିବାର ଲୋକ ତାଙ୍କୁ ବହୁତ୍ ଖୋଜା ଖୋଜି କରି ନ ପାଇ ଶୋକାକୁଳ ପରିସ୍ଥିତି ରେ ଥିଲେ । ମାତ୍ର ହଠାତ୍ ତାଙ୍କୁ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଅସିତ୍ କୁମାର ଦାସ ଉକ୍ତ ମହିଳାଙ୍କୁ ଖୋର୍ଦ୍ଧା ସ୍ଥିତ ଗୋଡ଼ି ପୋଖରୀ ଠାରେ ନିରାଶ ହୋଇ ବସିଥିବା ଦେଖି ସବୁ ଗ୍ରୁପ ରେ ସେୟାର କରିଥିବା ସମାଜସେବୀ ଅବ୍ୟକ୍ତ ହରିହର ଖ।ଡଙ୍ଗ। ଙ୍କୁ ଜଣାଇଲା ପରେ ସେ ତାଙ୍କ ପୁଅ ଙ୍କୁ ଜଣାଇଥିଲେ । ତତ୍ପରେ ତାଙ୍କ ପୁଅ ଆସି ତାଙ୍କୁ ନେଇ ଘରକୁ ଫେରିଥିଲେ । ପରିବାରରେ ଆନନ୍ଦ ର ଲହରି ଖେଳି ଯାଇଥିଲା ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now