ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ



ନୟାଗଡ଼,(୨୭/୦୧):- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ପରିଚାଳନା ସମିତି ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେରେ ରାଷ୍ଟ୍ରୀୟ ସୋୟଂ ସେବକ ସଂଘ ଉତ୍କଳ ପୂର୍ବ ପ୍ରାନ୍ତ ସହ ପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ତଥା ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ, ସମିତ ସଭ୍ୟ ତପନ କୁମାର ପ୍ରଧାନ, ସମ୍ପାଦକ ଗୌର ଚରଣ ସାମନ୍ତ ସିଂହାର, ମାନସ କୁମାର ସାହୁ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ଯୋଗ ଦେଇଥିଲେ।

ଅତିଥି ମାନେ ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଦୀପ ନୈବେଦ୍ୟ ଦେଇ ଜଗନ୍ନାଥଙ୍କ ଜଣାଣ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗାନ କରାଯାଇ ମଞ୍ଚ ସଂଚାଳନ କରାଯାଇଥିଲା। ମୁଖ୍ୟବକ୍ତା ଅସିତ କୁମାର ସାହୁ ନିଜ ବକ୍ତବ୍ୟରେ ମାଆ ହେଉଛନ୍ତି ଆଦ୍ୟ ଗୁରୁ, ବାପା ଏବଂ ଗୁରୁ ଓ ଗୁରୁଜନଙ୍କ ଆଶିର୍ବାଦରେ ଶିଶୁଟି ଆଦର୍ଶ ଓ ସୁନ୍ଦର ମଣିଷ ହୋଇଥାଏ ଓ ସାଧନାରୁ ସିଦ୍ଧି ପାଇ ଥାଏ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ୧୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରୁ ଥିବା ଅନୁଷ୍ଠାନର ୪ ଜଣ କର୍ମକର୍ତ୍ତା ପୁଷ୍ପାଞ୍ଜଳି , ମଧୁ, ବାସନ୍ତୀ ଓ ସୁପ୍ରଭା ଗୁରୁମାମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା। ଏଥି ସହିତ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।

ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସତିଶ ସାଗର ରଥଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଗୁରୁଜୀ ପ୍ରଶାନ୍ତ ଚିନ୍ନରା , ମାନସ କୁମାର ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା ମଞ୍ଚ ପରିଚାଳନାରେ ସାହାଯ୍ୟ କରିଥିଲେ। ଶେଷରେ ପିଲାମାନଙ୍କର ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଓ ଅଭିଭାବକମାନେ ଉତ୍ସାହିତ ହୋଇଥିଲେ ।

 

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *