ଖୋର୍ଦ୍ଧା,(୨୧/୦୧):- ଖୋରଧା ୧୬ ନଂ ଜାତୀୟ ରାଜପଥ ର ପିତା ପଲ୍ଲୀ ଛକରେ ଛିଡ଼ା ହୋଇଥିବା ଏକ ଟ୍ରଲର କୁ ପଛ ପଟୁ ପିଟିଲା ଦୃତଗତି ରେ ଆସୁଥିବା ମହିନ୍ଦ୍ରା ଥର ।

ଘଟଣାସ୍ଥଳ ରେ ଅଗ୍ନିଶମ ବାହିନୀ ପହଞ୍ଚି ଅତ୍ୟାଧୁନିକ କଟର ମେସିନ ସହାୟତା ରେ ଗାଡ଼ିକୁ କାଟି ସେମାନଙ୍କୁ ଉଧାର କରାଯାଇଛି ।ସେଥିରେ ୪ ଜଣ ଯାତ୍ରୀ ଥିବାବେଳେ ଘଟଣା ସ୍ଥଳ ରେ ୩ଜଣ ଙ୍କର ମୃତ୍ୟୁ ହୋଇଥିବାବେଳେ ଜଣକୁ ଗୁରୁତର ଅବସ୍ଥା ରେ AIIMS ସ୍ଥାନାନ୍ତର କରାଯାଇଛି ।

ଘଟଣା ସ୍ଥଳରେ ଇଁଫୋଭ୍ୟାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now