ଖୋର୍ଦ୍ଧା- ୨୦/୦୫ – ନେପାଳର କାଠମାଣ୍ଡୁ ଠାରେ ମେ ୧୬ ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସିନିୟର ବାଳକ ବିଭାଗ ରେ ଏକେଏସ୍ ଟାଏକୋଣ୍ଡୋ ଏକାଡେମି ର ବିଶ୍ୱରଞ୍ଜନ ଅମରଦୀପ୍ ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତା ରେ “ପୁମ୍ସେ” ବିଭାଗ ରେ ତୃତୀୟ ସ୍ଥାନ ଅଧିକାର କରି ଏସିଆ ମହାଦେଶ ରେ ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ଙ୍କ ତତ୍ତ୍ଵାବଧlନରେ ରେ ଏବଂ ତାଙ୍କ ପରିମାର୍ଜିତ ଶିକ୍ଷକତା ଯୋଗୁ ବିଶ୍ୱରଞ୍ଜନ ଆଜି ଭାରତ ପାଇଁ ତଥା ଓଡିଶା ପାଇଁ ଗର୍ବ ପାଲଟିଛନ୍ତି ।ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ, ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ, ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (WTF) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବ ଙ୍କ ନେତୃତ୍ୱ ରେ ସଫଳତା ହାସଲ କରି ଭାରତ କୁ ଗୌରବlନ୍ଵିତ କରିଛନ୍ତି ।ବିଶ୍ୱରଞ୍ଜନ ଖୋର୍ଦ୍ଧା ଜିଲ୍ଲା, ଗୁରୁଜଙ୍ଗ ଗ୍ରାମ ର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଠ ପୁତ୍ର ଅଟନ୍ତି ।ସେ କଟକ ର “ଦି ଲ” ଆଇନ ମହାବିଦ୍ୟାଳୟ (ସୁକୃତୀ ପ୍ରାପ୍ତ ମଧୁସୂଦନ ଆଇନ ମହାବିଦ୍ୟାଳୟ) ର ଶେଷ ବର୍ଷ ର ଛାତ୍ର ଅଟନ୍ତି ।ଦି ଲ” ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍ କେ ରାୟ ଏବଂ ମଧୁସୂଦନ ଆଇନ ମହାବିଦ୍ୟାଳୟ ର କୁଳପତି ଡକ୍ଟର କମଳଜିତ୍ ସିଂହ ଙ୍କ ଆଶୀର୍ବାଦ ସହିତ ଜୀବନ ର ଲକ୍ଷ୍ୟ ପଥ ରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି ।ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ,ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ବିଶ୍ୱରଞ୍ଜନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ସହ ସଫଳତା କାମନା କରିଛନ୍ତି ।ବିଶ୍ୱରଞ୍ଜନଙ୍କର ଏହି କୃତିତ୍ୱ ପାଇଁ ସାରା ରାଜ୍ୟରେ ଖୁସି ର ଲହରୀ ଖେଳି ଯାଇଛି । ତାଙ୍କର ଏହି ସଫଳତା ପଛରେ ତାଙ୍କ ଗୁରୁ ଯିଏକି ଏହି ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତା ରେ ମୁଖ୍ୟ ବିଚାରକ ହେବା ସହ ୬୦ ବର୍ଷ ବୟସ ବର୍ଗ ରେ ସ୍ଵର୍ଣ୍ଣପଦକ ହାସଲ କରି ଏସିଆ ମହାଦେଶ ତଥା ଭାରତ ପାଇଁ ଗୌରବାନୀତ କରି ବିଶ୍ୱରଞ୍ଜନ ଙ୍କୁ ସେ ପ୍ରେରଣା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now