ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ମାନସଙ୍କ ପରିବାରକୁ ସରକାରୀ ସହାୟତା ମିଳୁ…ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ପଲିଥିନ ଖଣ୍ଡେ ଧରାଇ ଦେଇ ପ୍ରଶାସନ ବସିଛି  ଚୁପ୍।

ଖୋର୍ଦ୍ଧା -୨୦/୦୫- ବୋଲଗଡ଼ ତହସିଲ ଅଧୀନ ମାଣିକାଗୋଡା ରାଜସ୍ବ ନୀରିକ୍ଷକ ଙ୍କ ପରିସୀମା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ମାନସ ମନ୍ତ୍ରୀଙ୍କ ଘରେ ଗତ ୧୩ତାରିଖ ସକାଳ ସମୟରେ ଅଗ୍ନିକାଣ୍ଡ ଘଟି ସେ ସର୍ବସ୍ବାନ୍ତ ହୋଇଛନ୍ତି ।ଦୁଇବଖରା ଘରେଥିବା ଖାଦ୍ୟଶସ୍ୟ,ଆସବାବପତ୍ର ଓ କିଛି ଅର୍ଥ ସମେତ ଅନ୍ୟାନ୍ୟ ଜିନିଷପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି।ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ମାନସ ମଧ୍ୟ ଘଟଣା ଦିନ  ବାହାର କୁ କାମ କରିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ ନର୍ମଦା ଓ ଦୁଇଟି ସନ୍ତାନ ଥିଲେ।ଖବର ପାଇ ବୋଲଗଡରୁ ଦୁଇଟି ଅଗ୍ନିନିର୍ବlପକ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲେ।ପରଦିନ ମାନସ ଘରେ ପହଞ୍ଚି ମାଣିକାଗୋଡା ଆରଆଇ ଙ୍କୁ ଭେଟିବା ପରେ ସେ ଆସି ଗୋଟିଏ ପଲିଥିନ ଦେଇଥିଲେ। ତା ପରେ ଆଉ କୌଣସି ସରକାରୀ ସହାୟତା ଦୂର କଥା କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ତାଙ୍କ ପାଖରେ ପହଞ୍ଚି ନାହାନ୍ତି।ଏହାଭିତରେ ସେ ସ୍ଥାନୀୟ ସରପଞ୍ଚ ଓ ତହସିଲଦାର ଙ୍କୁ ଭେଟି କିଛି ଆର୍ଥିକ ସହାୟତା ଆଶା କରିଥିଲେ ବି ନିରାଶ ହୋଇଛନ୍ତି।ତାଙ୍କର ଏହି ଦୁଃଖ ସମୟରେ ସାହାଯ୍ୟର ହାତ ବଢାଇଛନ୍ତି କଳାଙ୍ଗ ଗ୍ରାମ ସଭାପତି ତଥା ଯୁବ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ହୋତା।ସେ ଅଗ୍ନି ବିପନ୍ନ ମାନସ ଙ୍କ ଘରେ ସୋମବାର ପହଞ୍ଚି କିଛି ସହାୟତା ପ୍ରଦାନ କରିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଧାୟକଙ୍କ ସହ ଆଲୋଚନାକରି ଅନ୍ତୋଦୟ ଗୃହ କିମ୍ବା ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ରେଡକ୍ରସ ପାଣ୍ଠି ରୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ତହସିଲଦାରଙ୍କୁ ନିବେଦନ କରିଛନ୍ତି। ଦେଖିବାକୁ ବାକି ରହିଲା କେବେ ପ୍ରଶାସନିକ ଦୃଷ୍ଟି ପଡ଼ିବ ଅଗ୍ନି ବିପନ୍ନ ପରିବାରକୁ ଓ କେବେ ତାଙ୍କୁ ମିଳିବ ଖଣ୍ଡିଏ ଘର…

ଅଗ୍ନିକାଣ୍ଡ ରେ ଭସ୍ମୀଭୂତ ହୋଇଥିବା ମାନସ ଙ୍କ ଘର

ପ୍ରଶାସନ ପକ୍ଷରୁ କେବଳ ପାଲ ଖଣ୍ଡିଏ ଯୋଗାଇଦେବା ପରେ ଆଶ୍ରୟ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *